ଶିକ୍ଷା ହିଁ ଜଣେ ବ୍ୟକ୍ତିକୁ ନୂଆ ଆହ୍ୱାନର ସାମ୍ନା କରିବାକୁ, ପ୍ରଗତିକୁ ଲାଭ କରିବାକୁ ତଥା ଏକ ସଫଳ ଜୀବନ ଜୀଇଁବାକୁ ସକ୍ଷମ ବନେଇଥାଏ | ବୈଷୟିକ ଶିକ୍ଷା ହିଁ ଏକ ରାଷ୍ଟ୍ରର ମେରୁଦଣ୍ଡ ହୋଇ ତାକୁ ପ୍ରଗତିଶୀଳ ରାଷ୍ଟ୍ର ହେବାର ମାର୍ଗରେ ଅଗ୍ରସର କରେଇଥାଏ | ଇଞ୍ଜିନିୟର ଏବଂ ବୈଷୟିକ ଜ୍ଞାନୀମାନେ ହିଁ ଏକ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧିରେ ମୁଖ୍ୟ ଭୂମିକା ନିର୍ବାହ କରିଥାଆନ୍ତି | ବୈଶ୍ୱିକତା ଯୋଗୁଁ ଆଜି ଜୀବନର ପ୍ରତ୍ୟେକ ଚରଣରେ ପ୍ରତିଯୋଗିତା ଆହୁରି ଗଭୀର ହୋଇଗଲାଣି | ଏହି ସଂଦର୍ଭରେ ଆମ ଭଳି ଏକ ଅନୁଷ୍ଠାନ ଯେଉଁଠିକି ଉତ୍କ୍ରଷ୍ଟ ବାତାବରଣ ସାଙ୍ଗକୁ ମାନବିକ ମୂଲ୍ୟବୋଧର ଯତ୍ନ ତଥା ସମୟପୋଯୋଗୀ ଉତ୍ତମ ଗୁଣବତ୍ତାଯୁକ୍ତ ଶିକ୍ଷାପ୍ରଦାନର ବ୍ୟବସ୍ଥା ରହିଥିବାରୁ ମୁଁ ଗର୍ବିତ| ମୁଁ ସହର୍ଷ ଆପଣ ସମସ୍ତଙ୍କୁ ପରିବେଶ ଅନୁକୁଳୀ ଆମର ଏହି ଅନୁଷ୍ଠାକୁ ସ୍ୱାଗତ ଜଣାଉଅଛି | ଛାତ୍ରଛାତ୍ରୀଙ୍କୁ ସର୍ବୋଚ୍ଚ ଗୁଣବତ୍ତା ବିଶିଷ୍ଟ ପାଠ୍ୟବ୍ୟବସ୍ଥା ତଥା ପେଶାଦାର ଜ୍ଞାନକୌଶଳ ପ୍ରଦାନ କରିବାଲାଗି ଆମ ଅନୁଷ୍ଠାନରେ ସୁବ୍ୟବସ୍ଥିତ ପରୀକ୍ଷାଗାର, କର୍ମଶାଳା ଏବଂ ପାଠାଗାର ରହିଛି |
ଡଃ. ହୃଷିକେଶ ମହାନ୍ତି
ବିଶ୍ୱବ୍ୟାପୀକରଣ ତଥା ଭାରତୀୟ ଅର୍ଥନୀତିର ବାହ୍ୟଜଗତରେ ଅବସ୍ଥାନ ପରେ ସୁସ୍ଥ ଔଦ୍ୟୋଗୀକ ବିକାଶ ପାଇଁ ବିଶ୍ୱ ବଜାର ସହ ପ୍ରତିଯୋଗିତା କରିବା ଲାଗି କୁଶଳୀ ମାନବଶକ୍ତି ପ୍ରସ୍ତୁତ କରିବା ଏକ ରକମ ଅବଶ୍ୟାମ୍ଭାବୀ ହୋଇପଡିଛି | ଏହାକୁ ଆଖିରେ ରଖି ଆଇ.ଟି.ଆଇ କଟକ ଆମ ଦେଶର କୁଶଳୀ ମାନବସମ୍ବଳର ସେତୁକୁ ବିସ୍ତାର କରିବା ପାଇଁ ଆଗେଇ ଚାଲିଛି | ବିଦେଶକୁ ନିଜର କୁଶଳୀ ମାନବଶକ୍ତିକୁ ପ୍ରେରଣ କରି ବିଶ୍ୱ ଦରବାରରେ କୁଶଳୀ ମାନବସମ୍ବଳ ଯୋଗାଣ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ | ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତାହାର ଅଭିଜ୍ଞ ପ୍ରଶିକ୍ଷକ, ଅଧ୍ୟକ୍ଷକଙ୍କ ପ୍ରଦର୍ଶନ ତଥା ଡି.ଟି.ଈ.ଟି. ର ନିର୍ଦ୍ଦେଶକଙ୍କ ସମୟାନୁବର୍ତ୍ତୀ ନିର୍ଦ୍ଦେଶନ ଦ୍ୱାରା ପ୍ରଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିଆସୁଛି |
ଏହି ଅନୁଷ୍ଠାନରେ ଉଚ୍ଚ କ୍ଷମତାସଂପନ୍ନ ଯନ୍ତ୍ରାଂଶ ରେ ସୁବ୍ୟବସ୍ଥିତ ବିଶାଳ କର୍ମଶାଳା ରହିଛି | ନିଜ ପ୍ରଶିକ୍ଷାର୍ଥୀଙ୍କ କୁଶଳତାକୁ ବଢେଇବା ସକାଶେ ଏହି ଅନୁଷ୍ଠାନଟି Toyota Kirloskar Ltd., TATA MOTORS ଏବଂ Maruti Suzuki ସହିତ ଅନୁବନ୍ଧିତ ହୋଇଛି | ସ୍ୱୟଂଚାଳିତ ରଙ୍ଗ କର୍ମଶାଳାରେ Toyota Kirloskar ଏକ ଅତ୍ୟାଧୁନିକ ରଙ୍ଗ କରିବା ଯନ୍ତ୍ର ପ୍ରତିଷ୍ଠା କରିଛି | ଏହି ପରିଯୋଜନା ଅଧୀନରେ ଦୁଇଟି ଟ୍ରେଡ୍ Automotive Body Repair ଏବଂ Automotive Paint Repair ପାଠ୍ୟକ୍ରମ୍କୁ ଆରମ୍ଭ କରାଯାଇଅଛି | TATA MOTORS Ltd. ପ୍ରଶିକ୍ଷାର୍ଥୀଙ୍କ କୌଶଳ ବିକାଶ ସକାଶେ ବିଭିନ୍ନ ଯନ୍ତ୍ରାଂଶ ପ୍ରଦାନ କରିଛି | ଏହାର ଇଞ୍ଜିନିୟର ମାନେ ପ୍ରଶିକ୍ଷାର୍ଥୀଙ୍କୁ ବ୍ୟାବହାରିକ ତାଲିମ ପ୍ରଦାନ କରୁଛନ୍ତି |
ପ୍ରଶିକ୍ଷାର୍ଥୀଙ୍କୁ କମ୍ପ୍ୟୁଟର୍ରେ ତାଲିମ ଦେବାଲାଗି ୪୦ଟି କମ୍ପ୍ୟୁଟର ତଥା ୮ ଏମ୍.ବି.ପି.ଏସ୍. ଉଚ୍ଚ ଗତି ସମ୍ପନ୍ନ ଇଣ୍ଟର୍ନେଟ୍ ବିଶିଷ୍ଟ ଏକ ଆଇ.ଟି. ଲ୍ୟାବ୍ ରହିଛି ତଥା ଔଦ୍ୟୋଗିକ ଆବଶ୍ୟକତାକୁ ପୂରଣ କରିବା ସକାଶେ ଏକ CAD/CAM ଲ୍ୟାବ୍ ମଧ୍ୟ ପ୍ରତିଷ୍ଠା କରାଯାଇଛି |
ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଯୋଗାଯୋଗ କୌଶଳର ବିକାଶ କରିବା ପାଇଁ ଆମ ଅନୁଷ୍ଠାନରେ ଏକ ବିରଳ, ଅତ୍ୟାଧୁନିକ ତଥା ସୁସଂଗଠିତ ଯୋଗାଯୋଗ ଓ ବ୍ୟକ୍ତିତ୍ୱ ବିକାଶ ପରୀକ୍ଷାଗାର ରହିଛି |
ପାରମ୍ପରିକ ଶିକ୍ଷାଦାନ ପଦ୍ଧତିଠାରୁ ଉର୍ଦ୍ଧ୍ୱକୁ ଯାଇ ଏହି ଅନୁଷ୍ଠାନରେ ଏକ ସ୍ମାର୍ଟ କ୍ଲାସ୍ ରୁମ୍ ରହିଛି ଯାହାର ଇଣ୍ଟରାକ୍ଟିଭ୍ ସ୍ମାର୍ଟ୍-ବୋର୍ଡ୍ ସାହାଯ୍ୟରେ ଦୃଶ୍ୟମାନ ଶିକ୍ଷା ପଦ୍ଧତି ସମ୍ଭବପର ହୋଇପାରିଛି |
ଏହି ଅନୁଷ୍ଠାନରେ ବିଭିନ୍ନ ବିଭାଗର ଆବଶ୍ୟକୀୟ ପରିମାଣର Text Books, Nimi books ଏବଂ Reference books ଥିବା ଏକ ଇ-ଗ୍ରନ୍ଥାଗାର ରହିଛି, ଯେଉଁଥିରେ ଉନ୍ନତ ଶିକ୍ଷାଲାଭ କରିବା ଲାଗି କମ୍ପ୍ୟୁଟର ତଥା ଇଣ୍ଟରନେଟ୍ର ସୁବିଧା ମଧ୍ୟ ରହିଛି |
ପୂର୍ଣ୍ଣକାଳୀନ ଚିକିତ୍ସକ ଥିବା ଏଥିରେ ଏକ ଚିକିତ୍ସାଳୟ ମଧ୍ୟ ରହିଛି | ଛାତ୍ର-ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଛାତ୍ରାବାସ ଓ ଛାତ୍ରୀନିବାସ ମଧ୍ୟ ରହିଛି |
ଭିନ୍ନ ଭିନ୍ନ ବିଭାଗ ଲାଗି ବିଭିନ୍ନ ଉଦ୍ୟୋଗ ଗୁଡିକୁ ଏହି ଅନୁଷ୍ଠାନ ତରଫରୁ ପ୍ରଶିକ୍ଷାର୍ଥୀଙ୍କୁ ସମୟ ସମୟରେ ଅଧ୍ୟୟନଭିତ୍ତିକ ଭ୍ରମଣ କାର୍ଯ୍ୟକ୍ରମ ଉପଲବ୍ଧ କରାଯାଇଥାଏ | ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସାଂସ୍କୃତିକ ତଥା କୌଶଳ ଭିତ୍ତିକ କାର୍ଯ୍ୟାବଳୀକୁ ପ୍ରୋତ୍ସାହନ ଯୋଗାଇବାପୂର୍ବକ ବାର୍ଷିକ କ୍ରୀଡା, ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରକାରର ଆନ୍ତଃ-କୌଶଳ ପ୍ରତିଯୋଗିତାମାନ ଏଠାରେ ଅନୁଷ୍ଠିତ ହୋଇଥାଏ |
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ଥିବା ପ୍ଲେସ୍ମେଣ୍ଟ୍ ସେଲ୍ ଯାହାକି ବିଗତ ୩ ବର୍ଷରେ ୭୫% ପ୍ଲେସ୍ମେଣ୍ଟ ଉପଲବ୍ଧ କରି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି|
ବର୍ଷ ୨୦୧୭ ରେ ସର୍ବଭାରତୀୟ କୌଶଳ ପ୍ରତିଯୋଗିତାରେ Fitter ବିଭାଗରେ ଶ୍ରୀ ପ୍ରଭଞ୍ଜନ ପାତ୍ରଙ୍କୁ ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ ତଥା ଆମ ଅନୁଷ୍ଠାନକୁ ସର୍ବୋତ୍ତମ ଅନୁଷ୍ଠାନର ପୁରସ୍କାର ମିଳିଛି | ଏହି ଅନୁଷ୍ଠାନକୁ ବର୍ଷ ୧୯୯୪ ରେ ସର୍ବଭାରତୀୟ କୌଶଳ ପ୍ରତିଯୋଗିତାରେ Fitter ବିଭାଗରେ, ବର୍ଷ ୨୦୦୩ ତଥା ୨୦୦୪ରେ Moulder…
ସମ୍ପୂର୍ଣ୍ଣ ତଥ୍ୟ“କୁଶଳୀ ବ୍ୟକ୍ତିତ୍ୱଙ୍କ ଦାରା ସମାଜର ରୂପାନ୍ତର କରିବା” ଜାତି, ଦେଶ, ଧର୍ମ, ସମ୍ପ୍ରଦାୟର ବନ୍ଧନ କୁ ପାରି କରି ଧନ୍ଦାମୂଳକ ଶିକ୍ଷାର ଏକ ଆଧୁନିକ କେନ୍ଦ୍ର ପ୍ରତିଷ୍ଠା କରିବା ଯେଉଁଠି ଜ୍ଞାନ ଏବଂ ଉତ୍କର୍ଷତାର ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇପାରିବ | ଭୁବନେଶ୍ୱର ଆଇ.ଟି.ଆଇ. ଆଧୁନିକ ତଥା ବିଶ୍ୱସ୍ତରୀୟ ବୈଷୟିକ/ ଔଦ୍ୟୋଗିକ ଶିକ୍ଷାପ୍ରଦାନ କରୁଥିବା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଏକ ଉପଲବ୍ଧି , ଯେଉଁଥିରେ ଆମ...
ସମ୍ପୂର୍ଣ୍ଣ ତଥ୍ୟଆମର ଶାରିରୀକ ତଥା ବୌଦ୍ଧିକ ଭିତ୍ତିଭୂମୀକୁ ସମଗ୍ର ଦେଶରେ ସର୍ବୋତ୍ତମ କରିବା | ଅତି କମରେ ଆମର ଏକ ତୃତୀୟାଂଶ ଗ୍ରାଜୁଏଟ୍ ମହିଳା ହୁଅନ୍ତୁ | ଜଣେ ମହାନ ଉଦ୍ୟୋଗୀ ତଥା ବିଶ୍ୱସ୍ତରୀୟ ଆଇ.ଟି.ଆଇ ଗ୍ରାଜୁଏଟ୍ଟିଏ ହେବା ପାଇଁ ଆମେ ସବୁପ୍ରକାରର ପରିବେଶ ଯୋଗେଇଦେବୁ | ଏକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସହଭାଗିତା ପ୍ରତିଷ୍ଠା କରିବା | ସ୍ଥାୟିତ୍ୱ କୁ ବଜାୟ ରଖିବା ଲାଗି ଆମର ଛାତ୍ର-ଛାତ୍ରୀ ତଥା ପ୍ରଶିକ୍ଷକଙ୍କୁ ପାରଙ୍ଗମ...
ସମ୍ପୂର୍ଣ୍ଣ ତଥ୍ୟ