ଆମ ଅନୁଷ୍ଠାନ

ବିଶ୍ୱବ୍ୟାପୀକରଣ ତଥା ଭାରତୀୟ ଅର୍ଥନୀତିର ବାହ୍ୟଜଗତରେ ଅବସ୍ଥାନ ପରେ ସୁସ୍ଥ ଔଦ୍ୟୋଗୀକ ବିକାଶ ପାଇଁ ବିଶ୍ୱ ବଜାର ସହ ପ୍ରତିଯୋଗିତା କରିବା ଲାଗି କୁଶଳୀ ମାନବଶକ୍ତି ପ୍ରସ୍ତୁତ କରିବା ଏକ ରକମ ଅବଶ୍ୟାମ୍ଭାବୀ ହୋଇପଡିଛି | ଏହାକୁ ଆଖିରେ ରଖି ଆଇ.ଟି.ଆଇ କଟକ ଆମ ଦେଶର କୁଶଳୀ ମାନବସମ୍ବଳର ସେତୁକୁ ବିସ୍ତାର କରିବା ପାଇଁ ଆଗେଇ ଚାଲିଛି | ବିଦେଶକୁ ନିଜର କୁଶଳୀ ମାନବଶକ୍ତିକୁ ପ୍ରେରଣ କରି ବିଶ୍ୱ ଦରବାରରେ କୁଶଳୀ ମାନବସମ୍ବଳ ଯୋଗାଣ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ | ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତାହାର ଅଭିଜ୍ଞ ପ୍ରଶିକ୍ଷକ, ଅଧ୍ୟକ୍ଷକଙ୍କ ପ୍ରଦର୍ଶନ ତଥା ଡି.ଟି.ଈ.ଟି. ର ନିର୍ଦ୍ଦେଶକଙ୍କ ସମୟାନୁବର୍ତ୍ତୀ ନିର୍ଦ୍ଦେଶନ ଦ୍ୱାରା ପ୍ରଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିଆସୁଛି |

ଏହି ଅନୁଷ୍ଠାନରେ ଉଚ୍ଚ କ୍ଷମତାସଂପନ୍ନ ଯନ୍ତ୍ରାଂଶ ରେ ସୁବ୍ୟବସ୍ଥିତ ବିଶାଳ କର୍ମଶାଳା ରହିଛି | ନିଜ ପ୍ରଶିକ୍ଷାର୍ଥୀଙ୍କ କୁଶଳତାକୁ ବଢେଇବା ସକାଶେ ଏହି ଅନୁଷ୍ଠାନଟି Toyota Kirloskar Ltd., TATA MOTORS ଏବଂ Maruti Suzuki ସହିତ ଅନୁବନ୍ଧିତ ହୋଇଛି | ସ୍ୱୟଂଚାଳିତ ରଙ୍ଗ କର୍ମଶାଳାରେ Toyota Kirloskar ଏକ ଅତ୍ୟାଧୁନିକ ରଙ୍ଗ କରିବା ଯନ୍ତ୍ର ପ୍ରତିଷ୍ଠା କରିଛି | ଏହି ପରିଯୋଜନା ଅଧୀନରେ ଦୁଇଟି ଟ୍ରେଡ୍‌ Automotive Body Repair ଏବଂ Automotive Paint Repair ପାଠ୍ୟକ୍ରମ୍କୁ ଆରମ୍ଭ କରାଯାଇଅଛି | TATA MOTORS Ltd. ପ୍ରଶିକ୍ଷାର୍ଥୀଙ୍କ କୌଶଳ ବିକାଶ ସକାଶେ ବିଭିନ୍ନ ଯନ୍ତ୍ରାଂଶ ପ୍ରଦାନ କରିଛି | ଏହାର ଇଞ୍ଜିନିୟର ମାନେ ପ୍ରଶିକ୍ଷାର୍ଥୀଙ୍କୁ ବ୍ୟାବହାରିକ ତାଲିମ ପ୍ରଦାନ କରୁଛନ୍ତି |

ପ୍ରଶିକ୍ଷାର୍ଥୀଙ୍କୁ କମ୍ପ୍ୟୁଟର୍‌ରେ ତାଲିମ ଦେବାଲାଗି ୪୦ଟି କମ୍ପ୍ୟୁଟର ତଥା ୮ ଏମ୍‌.ବି.ପି.ଏସ୍‌. ଉଚ୍ଚ ଗତି ସମ୍ପନ୍ନ ଇଣ୍ଟର୍‌ନେଟ୍‌ ବିଶିଷ୍ଟ ଏକ ଆଇ.ଟି. ଲ୍ୟାବ୍‌ ରହିଛି ତଥା ଔଦ୍ୟୋଗିକ ଆବଶ୍ୟକତାକୁ ପୂରଣ କରିବା ସକାଶେ ଏକ CAD/CAM ଲ୍ୟାବ୍‌ ମଧ୍ୟ ପ୍ରତିଷ୍ଠା କରାଯାଇଛି |

ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଯୋଗାଯୋଗ କୌଶଳର ବିକାଶ କରିବା ପାଇଁ ଆମ ଅନୁଷ୍ଠାନରେ ଏକ ବିରଳ, ଅତ୍ୟାଧୁନିକ ତଥା ସୁସଂଗଠିତ ଯୋଗାଯୋଗ ଓ ବ୍ୟକ୍ତିତ୍ୱ ବିକାଶ ପରୀକ୍ଷାଗାର ରହିଛି |

ପାରମ୍ପରିକ ଶିକ୍ଷାଦାନ ପଦ୍ଧତିଠାରୁ ଉର୍ଦ୍ଧ୍ୱକୁ ଯାଇ ଏହି ଅନୁଷ୍ଠାନରେ ଏକ ସ୍ମାର୍ଟ କ୍ଲାସ୍‌ ରୁମ୍‌ ରହିଛି ଯାହାର ଇଣ୍ଟରାକ୍ଟିଭ୍‌ ସ୍ମାର୍ଟ୍‌-ବୋର୍ଡ୍‌ ସାହାଯ୍ୟରେ ଦୃଶ୍ୟମାନ ଶିକ୍ଷା ପଦ୍ଧତି ସମ୍ଭବପର ହୋଇପାରିଛି |

ଏହି ଅନୁଷ୍ଠାନରେ ବିଭିନ୍ନ ବିଭାଗର ଆବଶ୍ୟକୀୟ ପରିମାଣର Text Books, Nimi books ଏବଂ Reference books ଥିବା ଏକ ଇ-ଗ୍ରନ୍ଥାଗାର ରହିଛି, ଯେଉଁଥିରେ ଉନ୍ନତ ଶିକ୍ଷାଲାଭ କରିବା ଲାଗି କମ୍ପ୍ୟୁଟର ତଥା ଇଣ୍ଟରନେଟ୍‌ର ସୁବିଧା ମଧ୍ୟ ରହିଛି |

ପୂର୍ଣ୍ଣକାଳୀନ ଚିକିତ୍ସକ ଥିବା ଏଥିରେ ଏକ ଚିକିତ୍ସାଳୟ ମଧ୍ୟ ରହିଛି | ଛାତ୍ର-ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଛାତ୍ରାବାସ ଓ ଛାତ୍ରୀନିବାସ ମଧ୍ୟ ରହିଛି |

ଭିନ୍ନ ଭିନ୍ନ ବିଭାଗ ଲାଗି ବିଭିନ୍ନ ଉଦ୍ୟୋଗ ଗୁଡିକୁ ଏହି ଅନୁଷ୍ଠାନ ତରଫରୁ ପ୍ରଶିକ୍ଷାର୍ଥୀଙ୍କୁ ସମୟ ସମୟରେ ଅଧ୍ୟୟନଭିତ୍ତିକ ଭ୍ରମଣ କାର୍ଯ୍ୟକ୍ରମ ଉପଲବ୍ଧ କରାଯାଇଥାଏ | ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସାଂସ୍କୃତିକ ତଥା କୌଶଳ ଭିତ୍ତିକ କାର୍ଯ୍ୟାବଳୀକୁ ପ୍ରୋତ୍ସାହନ ଯୋଗାଇବାପୂର୍ବକ ବାର୍ଷିକ କ୍ରୀଡା, ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରକାରର ଆନ୍ତଃ-କୌଶଳ ପ୍ରତିଯୋଗିତାମାନ ଏଠାରେ ଅନୁଷ୍ଠିତ ହୋଇଥାଏ |

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ଥିବା ପ୍ଲେସ୍‌ମେଣ୍ଟ୍‌ ସେଲ୍‌ ଯାହାକି ବିଗତ ୩ ବର୍ଷରେ ୭୫% ପ୍ଲେସ୍‌ମେଣ୍ଟ ଉପଲବ୍ଧ କରି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି|

ବର୍ଷ ୨୦୧୭ ରେ ସର୍ବଭାରତୀୟ କୌଶଳ ପ୍ରତିଯୋଗିତାରେ Fitter ବିଭାଗରେ ଶ୍ରୀ ପ୍ରଭଞ୍ଜନ ପାତ୍ରଙ୍କୁ ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ ତଥା ଆମ ଅନୁଷ୍ଠାନକୁ ସର୍ବୋତ୍ତମ ଅନୁଷ୍ଠାନର ପୁରସ୍କାର ମିଳିଛି | ଏହି ଅନୁଷ୍ଠାନକୁ ବର୍ଷ ୧୯୯୪ ରେ ସର୍ବଭାରତୀୟ କୌଶଳ ପ୍ରତିଯୋଗିତାରେ Fitter ବିଭାଗରେ, ବର୍ଷ ୨୦୦୩ ତଥା ୨୦୦୪ରେ Moulder ବିଭାଗରେ ସର୍ବୋତ୍ତମ ଅନୁଷ୍ଠାନର ସମ୍ମାନ ମିଳିଛି |

Type in
Settings
Help
Indian language typing help
View Detailed Help