ନିୟମାବଳୀ

ଅନୁଷ୍ଠାନ ମଧ୍ୟସ୍ଥ ନିୟମାବଳୀ

  • ବିନା ପ୍ରାକ୍‌ ସୂଚନାରେ କୌଣସି ପ୍ରଶିକ୍ଷାର୍ଥୀ ୧୦ରୁ ଅଧିକ ଉପସ୍ଥାନରେ ଅନୁପସ୍ଥିତ ରହିଲେ ତାର ପଞ୍ଜୀକରଣ ବାତିଲ କରିଦିଆଯିବ |
  • ଅନୁଷ୍ଠାନ ତରଫରୁ ନିର୍ଦ୍ଧାରିତ ହୋଇଥିବା ସମସ୍ତ ନିୟମାବଳୀକୁ ସମସ୍ତ ପ୍ରଶିକ୍ଷାର୍ଥୀ ମାନିବା ଅନିବାର୍ଯ୍ୟ |
  • କେବଳ ନିର୍ଦ୍ଧାରିତ ହୋଇଥିବା ୟୁନିଫର୍ମରେ ହିଁ ସମସ୍ତ ପ୍ରଶିକ୍ଷାର୍ଥୀ ଅନୁଷ୍ଠାନକୁ ଆସିବା ଅନିବାର୍ଯ୍ୟ |
  • ପ୍ରଶିକ୍ଷାର୍ଥୀମାନେ ଶୃଙ୍ଖଳିତ ରହିବା ଜରୁରୀ |
  • ପ୍ରଶିକ୍ଷାର୍ଥୀମାନେ ଉତ୍ତମ ଆଚରଣ ସମ୍ପନ୍ନ ହେବା ଜରୁରୀ |
  • ପ୍ରଶିକ୍ଷାର୍ଥୀମାନେ ସମୟାନୁବର୍ତ୍ତୀ ତଥା ନିୟମିତ ଉପସ୍ଥାନ ସମ୍ପନ୍ନ ହେବା ଜରୁରୀ |
  • ୮୦% ରୁ କମ୍‌ ଉପସ୍ଥାନ ରହିଥିବା ପ୍ରଶିକ୍ଷାର୍ଥୀଙ୍କୁ କୌଣସି ହେଲେ ପରିସ୍ଥିତିରେ ଅନ୍ତିମ ପରୀକ୍ଷାରେ ପ୍ରବେଶ ମିଳିପାରିବ ନାହିଁ |
  • ଛୁଟି ଚାହୁଁଥିଲେ ପ୍ରଶିକ୍ଷାର୍ଥୀ ଦରଖାସ୍ତ ଦେବା ଅନିବାର୍ଯ୍ୟ |
  • ଥରେ ଦେଇଥିବା ଫିସ୍‌ କୌଣସି ପରିସ୍ଥିତିରେ ଫେରାଯାଇପାରିବ ନାହିଁ |
  • ଅନ୍ତିମ ପରୀକ୍ଷାର ଫର୍ମ ପୂରଣ କରିବା ଆଗରୁ ପ୍ରଶିକ୍ଷାର୍ଥୀଙ୍କୁ ତାଙ୍କର ସମସ୍ତ ପୁରୁଣା ଦେୟ ପୈଠ କରିବାକୁ ହେବ |
  • ପ୍ରାକ୍ଟିକାଲ୍‌ ପରୀକ୍ଷା ଲାଗି ସମସ୍ତ ଉପକରଣ ଓ ସରଞ୍ଜାମ ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯିବ |
  • କର୍ମଶାଳାରେ କୌଣସି ସମସ୍ୟା ଉପୁଜିଲେ ନିଜେ ତାର ସମାଧାନ ପାଇଁ ଅଗଭର ନ ହୋଇ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ |
  • ଅନୁଷ୍ଠାନ ମଧ୍ୟରେ କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାର ଜଣା ପଡିଲେ ସଂପୃକ୍ତ ପ୍ରଶିକ୍ଷାର୍ଥୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
  • ଅନୁଷ୍ଠାନର କୌଣସି ବି ସମ୍ପତ୍ତି ରେ କିଛି ବିଲୁପ୍ତି ଦେଖାଦେଲେ ସଂପୃକ୍ତ ପ୍ରଶିକ୍ଷାର୍ଥୀଙ୍କ ଠାରୁ ତାହାର ଦେୟ ଗ୍ରହଣ କରାଯିବ |

ଛାତ୍ରାବାସ ର ନିୟମାବଳୀ

  • ଛାତ୍ରାବାସରେ ବସବାସ ସମୟରେ ଅନ୍ତେବାସୀମାନେ ଶୃଙ୍ଖଳିତ ଆଚରଣ କରିବା ଉଚିତ |
  • ଅନ୍ତେବାସୀମାନେ ଉଚ୍ଚମାନର ସ୍ୱଚ୍ଛତା ଅବଲମ୍ବନ କରିବା ଉଚିତ ତଥା କାନ୍ଥ, କବାଟ, ଝରକାକୁ ଅପରିଷ୍କାର କରିବା ଅନୁଚିତ |
  • ଛାତ୍ରାବାସର ଛାତର ପାରାପେଟ ରେ ଅନ୍ତେବାସୀମାନେ ବସିବା ଅନୁଚିତ |
  • ନିଜ ଜିନିଷକୁ ଅନ୍ତେବାସୀ ନିଜ ହେପାଜତ ରେ ରଖିବା ଉଚିତ, କୌଣସି ପ୍ରକାରର ଚୋରି ବା ବିଲୁପ୍ତି ଲାଗି କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ ନାହିଁ |
  • ବୈଦ୍ୟୁତିକ ଇସ୍ତ୍ରୀ କିମ୍ବା ଅଧିକ ଲାଇଟ ଲଗାଇ ବିଦ୍ୟୁତ ଶକ୍ତିର ଅପଚୟ କରିବା ଅନୁଚିତ |
  • ଅନୁଷ୍ଠାନରେ ପଢା ସମୟ ବ୍ୟତିତ ଅନ୍ୟ ସମୟରେ ବାହାରକୁ ଯିବାକୁ ଚାହୁଁଥିଲେ ଛାତ୍ରାବାସର ଅଧୀକ୍ଷକଙ୍କ ଲିଖିତ ଅନୁମତି ଗ୍ରହଣ କରି ହିଁ ଅନ୍ତେବାସୀ ବାହାରକୁ ଯାଇପାରିବେ| ଅଭିଭାବକଙ୍କ ହସ୍ତାକ୍ଷର ବିନା କେବଳ ଛୁଟି ଦରଖାସ୍ତ ଦେଇ ଅନ୍ତେବାସୀ ଛାତ୍ରାବାସରୁ ବାହାରି ଯାଇ ପାରିବେ ନାହିଁ |
  • ସଂଧ୍ୟା ୭ ରୁ ସଂଧ୍ୟା ୯:୩୦ ପର୍ଯ୍ୟନ୍ତ ଥିବା ପଢା ସମୟରେ ଅନ୍ତେବାସୀ ନିଜ କକ୍ଷ ଭିତରେ ଉପସ୍ଥିତ ରହିବା ଜରୁରୀ |
  • ନିଜର ପୁରୁଣା ମେସ୍‌ ଭଡାକୁ ଅନ୍ତେବାସୀ ଚଳିତ ମାସର ୧୦ତାରିଖ ସୁଦ୍ଧା ପୈଠ ନ କରିଲେ ପରବର୍ତ୍ତୀ ଦିନଠାରୁ ତାଙ୍କର ଖାଇବା ସୁବିଧା କୁ ରଦ୍ଦ କରି ଦିଆଯିବ |
  • ଛାତ୍ରାବାସ ଅଧୀକ୍ଷକଙ୍କ ଲିଖିତ ଅନୁମତି ମିଳିଲା ପରେ ଯାଇ ଆବଶ୍ୟକ ପଡିଲେ ଅନ୍ତେବାସୀ କେବଳ ଜଣେ ମହିଳା ଅତିଥୀଙ୍କୁ କେବଳ ଗୋଟିଏ ବା ଦୁଇ ଦିନ ପର୍ଯ୍ୟନ୍ତ ନିଜ ରୁମ୍‌ ରେ ରଖି ପାରିବେ |
  • ଛାତ୍ରାବାସ ଅଧୀକ୍ଷକଙ୍କ ଅନୁମତି ସହିତ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସମୟସୀମା ମଧ୍ୟରେ ହିଁ ଅନ୍ତେବାସୀଙ୍କୁ ତାଙ୍କ ଅଭିଭାବକଙ୍କ ସହିତ ହିଁ ବଜାର ଯିବାର ଅନୁମତି ରହିଛି | କର୍ତ୍ତୃପକ୍ଷଙ୍କ ବିନା ଅନୁମତି ରେ ଅନ୍ତେବାସୀଙ୍କୁ ଅନୁଷ୍ଠାନ ପରିସର ବାହାରକୁ ଯିବାର ଅନୁମତି ମିଳି ପାରିବ ନାହିଁ |
  • ଛାତ୍ରାବାସ ଭିତରେ କୌଣସି ପ୍ରକାରର କ୍ରୀଡା, ସଙ୍ଗୀତ ବାଦ୍ୟ ଯନ୍ତ୍ର ଆଦିର ପ୍ରୟୋଗ ସର୍ବଦା ବର୍ଜ୍ଜନୀୟ |
  • ନିୟମ ମୁତାବକ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଅନ୍ତେବାସୀମାନେ ମୋବାଇଲ୍‌ ଫୋନ୍‌ ର ବ୍ୟବହାର କରିବା ମନା |
  • ଦରଖାସ୍ତ ଫର୍ମରେ ଉଲ୍ଲେଖ ଥିବା ଅଭିଭାବଙ୍କ ସହିତ ହିଁ ରବିବାର ଅପରାହ୍ଣ ୪ ରୁ ସଂଧ୍ୟା ୬ ମଧ୍ୟରେ ହିଁ ଅନ୍ତେବାସୀ ସେହି ଅଭିଭାବକଙ୍କ ସହିତ ସାକ୍ଷାତ କରି ପାରିବେ |
  • ତାଲିମ ସମୟରେ ଅନୁଷ୍ଠାନ ବହିର୍ଭୂତ ଅନ୍ୟ କୌଣସି ପାଠ୍ୟକ୍ରମରେ ଅନ୍ତେବାସୀ ଏଡ୍‌ମିଶନ ନେବା ସର୍ବଦା ବର୍ଜ୍ଜନୀୟ |
Type in
Settings
Help
Indian language typing help
View Detailed Help