ଆମ ଅଧ୍ୟକ୍ଷ

ପ୍ରିୟଜନ,
ଶିକ୍ଷା ହିଁ ଜଣେ ବ୍ୟକ୍ତିକୁ ନୂଆ ଆହ୍ୱାନର ସାମ୍ନା କରିବାକୁ, ପ୍ରଗତିକୁ ଲାଭ କରିବାକୁ ତଥା ଏକ ସଫଳ ଜୀବନ ଜୀଇଁବାକୁ ସକ୍ଷମ ବନେଇଥାଏ | ବୈଷୟିକ ଶିକ୍ଷା ହିଁ ଏକ ରାଷ୍ଟ୍ରର ମେରୁଦଣ୍ଡ ହୋଇ ତାକୁ ପ୍ରଗତିଶୀଳ ରାଷ୍ଟ୍ର ହେବାର ମାର୍ଗରେ ଅଗ୍ରସର କରେଇଥାଏ | ଇଞ୍ଜିନିୟର ଏବଂ ବୈଷୟିକ ଜ୍ଞାନୀମାନେ ହିଁ ଏକ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧିରେ ମୁଖ୍ୟ ଭୂମିକା ନିର୍ବାହ କରିଥାଆନ୍ତି | ବୈଶ୍ୱିକତା ଯୋଗୁଁ ଆଜି ଜୀବନର ପ୍ରତ୍ୟେକ ଚରଣରେ ପ୍ରତିଯୋଗିତା ଆହୁରି ଗଭୀର ହୋଇଗଲାଣି | ଏହି ସଂଦର୍ଭରେ ଆମ ଭଳି ଏକ ଅନୁଷ୍ଠାନ ଯେଉଁଠିକି ଉତ୍କ୍ରଷ୍ଟ ବାତାବରଣ ସାଙ୍ଗକୁ ମାନବିକ ମୂଲ୍ୟବୋଧର ଯତ୍ନ ତଥା ସମୟପୋଯୋଗୀ ଉତ୍ତମ ଗୁଣବତ୍ତାଯୁକ୍ତ ଶିକ୍ଷାପ୍ରଦାନର ବ୍ୟବସ୍ଥା ରହିଥିବାରୁ ମୁଁ ଗର୍ବିତ| ମୁଁ ସହର୍ଷ ଆପଣ ସମସ୍ତଙ୍କୁ ପରିବେଶ ଅନୁକୁଳୀ ଆମର ଏହି ଅନୁଷ୍ଠାକୁ ସ୍ୱାଗତ ଜଣାଉଅଛି | ଛାତ୍ରଛାତ୍ରୀଙ୍କୁ ସର୍ବୋଚ୍ଚ ଗୁଣବତ୍ତା ବିଶିଷ୍ଟ ପାଠ୍ୟବ୍ୟବସ୍ଥା ତଥା ପେଶାଦାର ଜ୍ଞାନକୌଶଳ ପ୍ରଦାନ କରିବାଲାଗି ଆମ ଅନୁଷ୍ଠାନରେ ସୁବ୍ୟବସ୍ଥିତ ପରୀକ୍ଷାଗାର, କର୍ମଶାଳା ଏବଂ ପାଠାଗାର ରହିଛି | କ୍ରୀଡା ଓ ଖେଳକୁଦ ଲାଗି ମଧ୍ୟ ଆମ ଅନୁଷ୍ଠାନରେ ଉପଯୁକ୍ତ ଭିତ୍ତିଭୂମୀ ରହିଛି | ଜଣେ ଉତ୍ତମ ବ୍ୟକ୍ତିତ୍ୱର ବିକାଶ କରିବା ହେଉଛି ଆମର ଲକ୍ଷ୍ୟ ଏବଂ ଏହା ଆମେ ସେତେବେଳେ କରିପାରିବା ଯେତେବେଳେ ଆମେ ଆମ ଛାତ୍ରଛାତ୍ରୀଙ୍କୁ ଜୀବନର ମୂଲ୍ୟବୋଧକୁ ପାଥେୟ କରି ଜୀଇଁବାର ପ୍ରେରଣା ଦେଇପାରିବା | ମୁଁ ଆମର ସମସ୍ତ ପ୍ରଶିକ୍ଷାର୍ଥୀ ତଥା ସଦସ୍ୟ, ସଦସ୍ୟାଙ୍କୁ ଏହି ପରିପ୍ରେକ୍ଷୀରେ ଅଭିନନ୍ଦନ ଜ୍ଞାପନ କରୁଛି ଯେଉଁମାନେ କି ନିଜର ସର୍ବୋତ୍ତମ ଏହି ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଦେଇଛନ୍ତି | ଯେଉଁଠି କଠିନ ଅଧ୍ୟବସାୟ, ଦୃଢ ନିଶ୍ଚୟ ତଥା ଶୃଙ୍ଖଳିତ ଦୂରଦୃଷ୍ଟି ରହିଥାଏ, ସେଠାରେ ସଫଳତା ନିଶ୍ଚିତ ଭାବେ ମିଳିଥାଏ, ଏହା ମୋର ବିଶ୍ୱାସ | ପୁଣିଥରେ ମୁଁ ମୋର ସମସ୍ତ ପ୍ରଶିକ୍ଷାର୍ଥୀ ତଥା ପ୍ରଶିକ୍ଷକଙ୍କୁ ଉତ୍ତମ ଭବିଷ୍ୟତର କାମନା କରୁଅଛି |

–ଡଃ. ହୃଷିକେଶ ମହାନ୍ତି
ଅଧ୍ୟକ୍ଷ, ଶିଳ୍ପ ତାଲିମ କେନ୍ଦ୍ର, କଟକ

Type in
Settings
Help
Indian language typing help
View Detailed Help