ଆମ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଆଦର୍ଶ ସଫଳ ବ୍ୟକ୍ତିତ୍ୱ ସମୂହ
ଅନିଲ ଶୁଭଦର୍ଶୀ ଜେନା
ଅନିଲ ଶୁଭଦର୍ଶୀ ଜେନା | ବିଦ୍ୟୁତ ଯନ୍ତ୍ରୀ

ଜାଜପୁର ଜିଲ୍ଲାର ଏକ ଗରିବ ଗାଉଁଲୀ ପରିବାରରେ ଜନ୍ମିତ ଅନିଲ ଶୁଭଦର୍ଶୀ ଜେନାଙ୍କ ପରିବାରର ଆର୍ଥିକ ସଙ୍କଟ ତାଙ୍କୁ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ବାଧ୍ୟ କରିଲା | ବୈଷୟିକ ଶିକ୍ଷାରେ ପାରଦର୍ଶିତା ହାସଲ କରିବା ଲକ୍ଷ୍ୟରେ ସେ ବର୍ଷ ୨୦୦୮ ରେ କଟକ ଆଇ.ଟି.ଆଇ. ରୁ ବିଦ୍ୟୁତ ଯନ୍ତ୍ରୀ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଏବେ ସେ ପାୱାର ଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ ରେ ବର୍ଷକୁ ୬ଲକ୍ଷ ଟଙ୍କା ବେତନ ପାଉଥିବା ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଅଟନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ପାୱାର ଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ,
ପଦବୀ:ଟେକ୍ନିସିଆନ
ବର୍ଷ: ୨୦୦୮

ଅର୍ଚ୍ଚନା ରାଉତ୍‌
ଅର୍ଚ୍ଚନା ରାଉତ୍‌ | ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ

ଅର୍ଚ୍ଚନା ରାଉତ କଟକ ଜିଲ୍ଲାର ହଳଦୀବସନ୍ତ ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ | ହାଇସ୍କୁଲ୍‌ ଶିକ୍ଷା ପରେ ବୈଷୟିକ ଶିକ୍ଷାଲାଭ କରିବାର ଇଚ୍ଛା ନେଇ ସେ କଟକ ଆଇ.ଟି.ଆଇ ରୁ ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ ବିଭାଗରେ ବର୍ଷ ୨୦୦୭ରେ ନିଜ ତାଲିମ ଶେଷ କରି ଏବେ ସେ ଏନ୍‌.ଏଚ୍‌.ଏମ୍‌. ରେ କୋଲ୍ଡ ଚେନ୍‌ ଟେକ୍ନିସିଆନ୍‌ ଭାବେ କାର୍ଯ୍ୟରତ ଅଟନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଏନ୍‌.ଏଚ୍‌.ଏମ୍‌.,
ପଦବୀ:କୋଲ୍ଡ ଚେନ୍‌ ଟେକ୍ନିସିଆନ୍‌
ବର୍ଷ: ୨୦୦୭

ବିକାଶ କୁମାର ସେଠୀ
ବିକାଶ କୁମାର ସେଠୀ | ବିଦ୍ୟୁତ ଯନ୍ତ୍ରୀ

ଜଗତସିଂହପୁର ଜିଲ୍ଲାର ହାଜିପୁରଗ୍ରାମ ନିବାସୀ ବିକାଶ କୁମାର ସେଠୀଙ୍କ ବାପା ଜଣେ କ୍ଷୁଦ୍ରଚାଷୀ ଅଟନ୍ତି | ସେ ତାଙ୍କ ପିତା-ମାତାଙ୍କର ଏକମାତ୍ର ପୁତ୍ର ତଥା ତାଙ୍କର ଆଉ ଦୁଇଜଣ ଭଉଣୀ ଅଛନ୍ତି | ନିଜ ପରିବାରର ଆର୍ଥିକ ସଙ୍କତହେତୁ ସେ ଉଚ୍ଚ ଶିକ୍ଷାଲାଭ କରିପାରିଲେ ନାହିଁ | ସେ ବର୍ଷ ୨୦୧୧ ରେ ଆଇ.ଟି.ଆଇ. କଟକରେ ବିଦ୍ୟୁତ ଯନ୍ତ୍ରୀ ବିଭାଗରେ ଆଡ୍‌ମିଶନ ନେଲେ | ବର୍ଷ ୨୦୧୫ ରେ ସେ ଇଷ୍ଟ-କୋଷ୍ଟ୍‌ ରେଲ୍‌ୱେ ରେ ଇଞ୍ଜିନିୟରିଂ ବିଭାଗରେ TM ପଦବୀରେ ଯୋଗଦାନ କରିଲେ |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଇଷ୍ଟ-କୋଷ୍ଟ୍‌ ରେଲ୍‌ୱେ,
ପଦବୀ:ଇଞ୍ଜିନିୟରିଂ ବିଭାଗରେ TM
ବର୍ଷ: ୨୦୧୫

ଚନ୍ଦନ କୁମାର ତ୍ରିପାଠୀ
ଚନ୍ଦନ କୁମାର ତ୍ରିପାଠୀ | ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ

ଭଦ୍ରକ ଜିଲ୍ଲା ବେଲାରଶାଶନ ଗ୍ରାମର ଏକ ଗରିବ ପରିବାରରେ ଜନ୍ମିତ ଚନ୍ଦନ କୁମାର ତ୍ରିପାଠୀଙ୍କ ବାପା ନିକଟବର୍ତ୍ତୀ ଗାଁ ମାନଙ୍କରେ ପୂଜକ ଭାବେ କାମ କରି ନିଜ ପରିବାରର ଭରଣ-ପୋଷଣ କରୁଥିଲେ | ପରିବାରର ଏକ ମାତ୍ର ପୁତ୍ର ହୋଇଥିବାରୁ ଚନ୍ଦନ ନିଜ ପରିବାରର ଭାର ନିଜ କାନ୍ଧରେ ଉଠେଇବାକୁ ଯାଇ ଆଇ.ଟି.ଆଇ. କଟକରେ
“ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ” ବିଭାଗରେ ଆଡମିଶନ ହେଲେ ଏବଂ ବର୍ଷ ୨୦୦୦ ରେ ସେ ତାଙ୍କ ତାଲିମ ସଂପୂର୍ଣ୍ଣ କରି ଏବେ ସେ ଚାନ୍ଦିପୁରସ୍ଥିତ ଡି.ଆର୍‌.ଡି.ଓ. ଠାରେ ମାସିକ ଟ.୪୦,୦୦୦.୦୦ ଙ୍କା ବେତନରେ ଜଣେ Technician-C ଭାବେ କାର୍ଯ୍ୟରତ ଅଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ, ଚାନ୍ଦିପୁର
ପଦବୀ:Technician-C
ବର୍ଷ: 2000

ଚିନ୍ମୟ ରଂଜନ ମହାରଣା
ଚିନ୍ମୟ ରଂଜନ ମହାରଣା | ବିଦ୍ୟୁତ ଯନ୍ତ୍ରୀ

ଢେଙ୍କାନାଳ ଜିଲ୍ଲାର କବାଟବନ୍ଧା ଗ୍ରାମ ର ଏକ ମଧ୍ୟବିତ୍ତ ପରିବାରରେ ଚିନ୍ମୟ ଙ୍କ ଜନ୍ମ | ପିଲା ବେଳୁ ସେ ନିଜ ପିତାଙ୍କ ହରେଇ ସାରି ଥିଲେ | ପରିବାର ର କେବଳ ମାତ୍ର ପୁଅ ହୋଇଥିବା କାରଣରୁ ତାଙ୍କୁ ପରିବାରର ଭାର ନିଜ କାନ୍ଧ ରେ ଉଠେଇବାକୁ ପଡିଥିଲା | ହାଇସ୍କୁଲ୍‌ ପଢି ସାରି ସେ ଧନ୍ଦାମୂଳକ ପାଠ ପଢିଲେ | ବର୍ଷ ୨୦୦୮ ରେ ସେ ବିଦ୍ୟୁତ ଯନ୍ତ୍ରୀ ବିଭାଗରେ କଟକ ଆଇ.ଟି.ଆଇ. ରୁ ପାସ୍‌ କରି ଏବେ ଭାରତୀୟ ପାୱାର ଗ୍ରୀଡ୍‌ ନିଗମରେ ମାସିକ ଟ୫୦,୦୦୦ଙ୍କାରେ ଜଣେ Technician ଭାବେ କାର୍ଯ୍ୟରତ ଅଟନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଭାରତୀୟ ପାୱାର ଗ୍ରୀଡ୍‌ ନିଗମ,
ପଦବୀ:Technician
ବର୍ଷ: ୨୦୦୮

କବୀନ୍ଦ୍ର କୁମାର ବେହେରା
କବୀନ୍ଦ୍ର କୁମାର ବେହେରା | ଇଲେକ୍ଟ୍ରୋନିକ୍ସ

କଟକ ଜିଲ୍ଲାର ରମାଗମ ଗ୍ରାମନିବାସୀ କବୀନ୍ଦ୍ର ଏକ ଗରିବ ପରିବାରର ସଦସ୍ୟ ଥିଲେ | ନିଜ ପରିବାରର ଆର୍ଥିକ ବୋଝ ଉଠେଇବା ଲାଗି ସେ ଆଇ.ଟି.ଆଇ. କଟକରୁ ୨୦୦୩ ମସିହାରେ ଇଲେକ୍ଟ୍ରୋନିକ୍ସ ବିଭାଗରେ ତାଲିମ ସଂପୂର୍ଣ୍ଣ କରି ସେହି ବିଭାଗରେ ସେ ଡିପ୍ଲୋମା ମଧ୍ୟ ସଂପୂର୍ଣ୍ଣ କରିଲେ | ବର୍ତ୍ତମାନ ସେ ମାସିକ ଟ୨୮,୦୦୦ଙ୍କା ବେତନରେ ରାଉରେକେଲା ଇସ୍ପାତ କାରଖାନାରେ ଜଣେ Technician ଭାବେ କାର୍ଯ୍ୟରତ |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ରାଉରେକେଲା ଇସ୍ପାତ କାରଖାନା, ରାଉରେକେଲା
ପଦବୀ:Technician
ବର୍ଷ: ୨୦୦୩

କାର୍ତ୍ତିକ ଚନ୍ଦ୍ର ସିଂହ
କାର୍ତ୍ତିକ ଚନ୍ଦ୍ର ସିଂହ | ଇଲେକ୍ଟ୍ରୋନିକ ମେକାନିକ

ମହମ୍ମଦପୁର ଗ୍ରାମର ଏକ ଗରିବ ବୁଣାକାର ପରିବାରରେ ଜନ୍ମିତ କାର୍ତ୍ତିକ ଚଦ୍ର ସିଂହ କଠିନ ଆର୍ଥିକ ସଙ୍କଟ ସତ୍ତ୍ୱେ ନିଜର ବିଦ୍ୟାଳୟ ଅଧ୍ୟୟନ ପୂରଣ କରିଥିଲେ | ନିଜର ଦୁଇ ଭାଇଅ ତଥା ଚାରି ଭଉଣୀଙ୍କ ଭରଣପୋଷଣ କରିବା ପାଇଁ ସେ ଆଇ.ଟି.ଆଇ ରେ ଏଡମିଶନ ନେଲେ | ବର୍ଷ ୨୦୦୫ ରେ ସେ ଇଲେକ୍ଟ୍ରୋନିକ ମେକାନିକ ବିଭାଗରେ ଆମ ଅନୁଷ୍ଠାନରୁ ତାଲିମ ସମାପ୍ତ କରି ଏବେ ସେ “ଅପ୍ପୋ ମୋବାଇଲ” କମ୍ପାନୀରେ Service Manager ପଦବୀରେ ବାର୍ଷିକ ୫.୪ ଲକ୍ଷ ବେତନ ପାଉଥିବା ଜଣେ ସଫଳ ବ୍ୟକ୍ତିତ୍ୱ ହୋଇ ପାରିଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଅପ୍ପୋ ମୋବାଇଲ,
ପଦବୀ:Service Manager
ବର୍ଷ: ୨୦୦୫

ମନୋନୀତ ଦାସ
ମନୋନୀତ ଦାସ | ବିଦ୍ୟୁତ ଯନ୍ତ୍ରୀ

କଟକ ନୟାବଜାରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ମନୋନୀତ ଦାସ ଙ୍କ ଦକ୍ଷତା ବିକାଶ କରିବାର ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ଯୁକ୍ତ ଦୁଇ ପରେ ଆଇ.ଟି.ଆଇ. କରିବାର ପ୍ରେରଣା ଦେଲା | ଆମ ଅନୁଷ୍ଠାନରେ ସେ ବିଦ୍ୟୁତ ଯନ୍ତ୍ରୀ ବିଭାଗରେ ବର୍ଷ ୨୦୧୪ ରେ ତାଲିମ ପୂରଣ କରି ଯାଜପୁରସ୍ଥିତ ଟାଟା ଷ୍ଟିଲ୍‌ରେ ୨୦୧୫ ଯୋଗଦାନ କରିପାରିଲେ |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଟାଟା ଷ୍ଟିଲ୍‌, ଯାଜପୁର
ବର୍ଷ: ୨୦୧୪

ପ୍ରଭଂଜନ ପାତ୍ର
ପ୍ରଭଂଜନ ପାତ୍ର | ଫିଟର

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲର ମାଣପୁରଗ୍ରାମ ନିବାସୀ ଶ୍ରୀ ପ୍ରଭଂଜନ ପାତ୍ର ବର୍ଷ ୨୦୧୪-୨୦୧୬ ପର୍ଯ୍ୟନ୍ତ ଫିଟର୍‌ ବିଭାଗରେ ଆମ ଅନୁଷ୍ଠାନରେ ତାଲିମ ଲାଭ କରିଥିଲେ | ତାଙ୍କ ବାପା ଜଣେ ଚାଷୀ ଅଟନ୍ତି | ହାଇସ୍କୁଲ୍‌ ଶିକ୍ଷା ପରେ ଯୁକ୍ତ ଦୁଇ ବିଜ୍ଞାନ କରିଲା ପରେ ଆର୍ଥିକ ସଙ୍କଟରୁ ନିଜ ପରିବାରକୁ ବଞ୍ଚେବା ଉଦ୍ଦେଶ୍ୟରେ ସେ ଆଇ.ଟି.ଆଇ କଟକରେ ଫିଟର ବିଭାଗରେ ୨୦୧୬ ରେ ସଫଳତାର ସହ ନିଜ ତାଲିମ ପୂରଣ କରିଲେ | ୫୩ତମ ସର୍ବ ଭାରତୀୟ ଦକ୍ଷତା ପ୍ରତିଯୋଗିତାରେ ସେ “ପ୍ରଥମ” ହୋଇ DGE&T, ନୂଆ ଦିଲ୍ଲୀ ତଥା ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରଣାଳୟ ଦ୍ୱାରା “ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ” ସମ୍ମାନରେ ସମ୍ମାନିତ ହେବାର ଗୌରବ ଲାଭ କରିପାରିଛନ୍ତି |

ବର୍ଷ: ୨୦୧୬

ରବିନ୍ଦ୍ର ତରାଇ
ରବିନ୍ଦ୍ର ତରାଇ | ସିଭିଲ୍‌

ଏକ ଗରିବ ପରିବାରର ବଡ ପୁଅ ରବିନ୍ଦ୍ର ତରାଇ କଟକ ଜିଲ୍ଲା ଅନ୍ତର୍ଗତ ସିମିଳିହାଣ୍ଡ ଗ୍ରାମନିବାସୀ ଅଟନ୍ତି | ତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ ନିଜ ପରିବାରର ପ୍ରତିପୋଷଣ କରିଥାଆନ୍ତି | ଆର୍ଥିକ ଅନଗ୍ରସରତା ରବିନ୍ଦ୍ରଙ୍କ ଉଚ୍ଚଶିକ୍ଷାଲାଭ ନିମନ୍ତେ ଏକ ଅନ୍ତରାୟ ସୃଷ୍ଟି କରିଥିଲା | ଏକ ତତ୍‌କ୍ଷଣାତ୍‌ ଆର୍ଥିକ ସହାୟତା ଲାଭ କରିବା ସକାଶେ ସେ ଆଇ.ଟି.ଆଇ କଟକରେ ସିଭିଲ୍‌ ବିଭାଗରେ ବର୍ଷ ୨୦୦୪ ରେ ତାଲିମ ଆରମ୍ଭ କରିଲା ପରେ ସିଭିଲ୍‌ ରେ ସେ ଡିପ୍ଲୋମା କରିଲେ | ଏବେ ସେ ଏକ କନସଲଟାନ୍ସୀ ସଂସ୍ଥାନରେ ବରିଷ୍ଠ ଯନ୍ତ୍ରୀ ରୂପେ କାର୍ଯ୍ୟରତ ଅଟନ୍ତି |

ପଦବୀ:ବରିଷ୍ଠ ଯନ୍ତ୍ରୀ
ବର୍ଷ: ୨୦୦୬

ସନ୍ତୋଷ କୁମାର ଦୋରା
ସନ୍ତୋଷ କୁମାର ଦୋରା | ସିଭିଲ୍‌

ଏକ ଗରିବ ପରିବାରରେ ଜନ୍ମିତ ଶ୍ରୀ ସନ୍ତୋଷ କୁମାର ଦୋରା ଙ୍କ ବାପା ବୃତ୍ତିରେ ଜଣେ ଚାଷୀ ଅଟନ୍ତି ତଥା ନିଜ ଗାଆଁରେ ତାଙ୍କର ଏକ କ୍ଷୁଦ୍ର ଦୋକାନ ରହିଛି | ନିଜ ପରିବାରକୁ ଆର୍ଥିକରୂପେ ସହାୟତା ଯୋଗାଇବା ଲାଗି ସନ୍ତୋଷ କଟକ ଆଇ.ଟି.ଆଇ ରେ ୨୦୦୪ ରେ ସିଭିଲ୍‌ ବିଭାଗରେ ତାଲିମ ନିଅନ୍ତି | ଏହା ପରେ ସେ ସିଭିଲ୍‌ରେ ଡିପ୍ଲୋମା କରନ୍ତି | ତାଙ୍କର ଅଦମ୍ୟ ପରିଶ୍ରମ ଯୋଗୁଁ ସେ ସଫଳତାପୂର୍ବକ TRACKS & TOWER INFRATECH PVT LTD କମ୍ପାନୀରେ ମାସିକ ଟ୪୦,୦୦୦ଙ୍କା ବେତନରେ ବରିଷ୍ଠ ଯନ୍ତ୍ରୀରୂପେ ଯୋଗଦାନ କରିପାରିଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:TRACKS & TOWER INFRATECH PVT LTD.,
ପଦବୀ: ବରିଷ୍ଠ ଯନ୍ତ୍ରୀ
ବର୍ଷ: ୨୦୦୬

Type in
Settings
Help
Indian language typing help
View Detailed Help