ଅଧ୍ୟକ୍ଷଙ୍କ ବାର୍ତ୍ତା

ଶିକ୍ଷା ହିଁ ଜଣେ ବ୍ୟକ୍ତିକୁ ନୂଆ ଆହ୍ୱାନର ସାମ୍ନା କରିବାକୁ, ପ୍ରଗତିକୁ ଲାଭ କରିବାକୁ ତଥା ଏକ ସଫଳ ଜୀବନ ଜୀଇଁବାକୁ ସକ୍ଷମ ବନେଇଥାଏ | ବୈଷୟିକ ଶିକ୍ଷା ହିଁ ଏକ ରାଷ୍ଟ୍ରର ମେରୁଦଣ୍ଡ ହୋଇ ତାକୁ ପ୍ରଗତିଶୀଳ ରାଷ୍ଟ୍ର ହେବାର ମାର୍ଗରେ ଅଗ୍ରସର କରେଇଥାଏ | ଇଞ୍ଜିନିୟର ଏବଂ ବୈଷୟିକ ଜ୍ଞାନୀମାନେ ହିଁ ଏକ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧିରେ ମୁଖ୍ୟ ଭୂମିକା ନିର୍ବାହ କରିଥାଆନ୍ତି | ବୈଶ୍ୱିକତା ଯୋଗୁଁ ଆଜି ଜୀବନର ପ୍ରତ୍ୟେକ ଚରଣରେ ପ୍ରତିଯୋଗିତା ଆହୁରି ଗଭୀର ହୋଇଗଲାଣି | ଏହି ସଂଦର୍ଭରେ ଆମ ଭଳି ଏକ ଅନୁଷ୍ଠାନ ଯେଉଁଠିକି ଉତ୍କ୍ରଷ୍ଟ ବାତାବରଣ ସାଙ୍ଗକୁ ମାନବିକ ମୂଲ୍ୟବୋଧର ଯତ୍ନ ତଥା ସମୟପୋଯୋଗୀ ଉତ୍ତମ ଗୁଣବତ୍ତାଯୁକ୍ତ ଶିକ୍ଷାପ୍ରଦାନର ବ୍ୟବସ୍ଥା ରହିଥିବାରୁ ମୁଁ ଗର୍ବିତ| ମୁଁ ସହର୍ଷ ଆପଣ ସମସ୍ତଙ୍କୁ ପରିବେଶ ଅନୁକୁଳୀ ଆମର ଏହି ଅନୁଷ୍ଠାକୁ ସ୍ୱାଗତ ଜଣାଉଅଛି | ଛାତ୍ରଛାତ୍ରୀଙ୍କୁ ସର୍ବୋଚ୍ଚ ଗୁଣବତ୍ତା ବିଶିଷ୍ଟ ପାଠ୍ୟବ୍ୟବସ୍ଥା ତଥା ପେଶାଦାର ଜ୍ଞାନକୌଶଳ ପ୍ରଦାନ କରିବାଲାଗି ଆମ ଅନୁଷ୍ଠାନରେ ସୁବ୍ୟବସ୍ଥିତ ପରୀକ୍ଷାଗାର, କର୍ମଶାଳା ଏବଂ ପାଠାଗାର ରହିଛି |

ଡଃ. ହୃଷିକେଶ ମହାନ୍ତି

ସମ୍ପୂର୍ଣ୍ଣ ତଥ୍ୟ

ସମ୍ବାଦ ଏବଂ ଘଟଣାବଳୀ

  •  ୨୦ ଫେବୃଆରୀ ରୁ ୩୦ ଅପ୍ରେଲ୍‌ ୨୦୧୮ ଯାଏଁ ସମସ୍ତ ୨ୟ ସେମିଷ୍ଟାର ପ୍ରଶିକ୍ଷାର୍ଥୀଙ୍କ ବାୟୋମେଟ୍ରିକ୍ସ ଉପସ୍ଥାନ ରିପୋର୍ଟ |  | May 8, 2018 | ସମ୍ପୂର୍ଣ୍ଣ ତଥ୍ୟ

  •  ୨୦ ଫେବୃଆରୀ ରୁ ୩୦ ଅପ୍ରେଲ୍‌ ୨୦୧୮ ଯାଏଁ ସମସ୍ତ ୪ର୍ଥ ସେମିଷ୍ଟାର ପ୍ରଶିକ୍ଷାର୍ଥୀଙ୍କ ବାୟୋମେଟ୍ରିକ୍ସ ଉପସ୍ଥାନ ରିପୋର୍ଟ |  | May 8, 2018 | ସମ୍ପୂର୍ଣ୍ଣ ତଥ୍ୟ

  •  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍କିଲ୍ଡ-ଇନ-ଓଡିଶାର ଲୋଗୋ ଉନ୍ମୋଚିତ | ୯ ଅପ୍ରେଲ ୨୦୧୮- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟଠାରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ “ସ୍କିଲ୍ଡ ଇନ୍ ଓଡିଶା” ର ଲୋଗୋ କୁ ଉନ୍ମୋଚନ କରିଛନ୍ତି | ଆସନ୍ତା ଅପ୍ରେଲ ୨୮-୩୦ ପର୍ଯ୍ୟନ୍ତ  | April 27, 2018 | ସମ୍ପୂର୍ଣ୍ଣ ତଥ୍ୟ

  •  ୨୦ ଫେବୃଆରୀ ରୁ ୩୧ ମାର୍ଚ୍ଚ ୨୦୧୮ ଯାଏଁ ସମସ୍ତ ୪ର୍ଥ ସେମିଷ୍ଟାର ପ୍ରଶିକ୍ଷାର୍ଥୀଙ୍କ ବାୟୋମେଟ୍ରିକ୍ସ ଉପସ୍ଥାନ ରିପୋର୍ଟ |  | April 18, 2018 | ସମ୍ପୂର୍ଣ୍ଣ ତଥ୍ୟ

  •  ୨୦ ଫେବୃଆରୀ ରୁ ୩୧ ମାର୍ଚ୍ଚ ୨୦୧୮ ଯାଏଁ ସମସ୍ତ ୨ୟ ସେମିଷ୍ଟାର ପ୍ରଶିକ୍ଷାର୍ଥୀଙ୍କ ବାୟୋମେଟ୍ରିକ୍ସ ଉପସ୍ଥାନ ରିପୋର୍ଟ |  | April 5, 2018 | ସମ୍ପୂର୍ଣ୍ଣ ତଥ୍ୟ

ଆଦର୍ଶ ସଫଳ ବ୍ୟକ୍ତିତ୍ୱ ସମୂହ

ଅନିଲ ଶୁଭଦର୍ଶୀ ଜେନା
ଅନିଲ ଶୁଭଦର୍ଶୀ ଜେନା | ବିଦ୍ୟୁତ ଯନ୍ତ୍ରୀ

ଜାଜପୁର ଜିଲ୍ଲାର ଏକ ଗରିବ ଗାଉଁଲୀ ପରିବାରରେ ଜନ୍ମିତ ଅନିଲ ଶୁଭଦର୍ଶୀ ଜେନାଙ୍କ ପରିବାରର ଆର୍ଥିକ ସଙ୍କଟ ତାଙ୍କୁ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ବାଧ୍ୟ କରିଲା | ବୈଷୟିକ ଶିକ୍ଷାରେ ପାରଦର୍ଶିତା ହାସଲ କରିବା ଲକ୍ଷ୍ୟରେ ସେ ବର୍ଷ ୨୦୦୮ ରେ କଟକ ଆଇ.ଟି.ଆଇ. ରୁ ବିଦ୍ୟୁତ ଯନ୍ତ୍ରୀ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଏବେ ସେ ପାୱାର ଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ ରେ ବର୍ଷକୁ ୬ଲକ୍ଷ ଟଙ୍କା ବେତନ ପାଉଥିବା ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଅଟନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ପାୱାର ଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ,
ପଦବୀ:ଟେକ୍ନିସିଆନ
ବର୍ଷ: ୨୦୦୮

ଅର୍ଚ୍ଚନା ରାଉତ୍‌
ଅର୍ଚ୍ଚନା ରାଉତ୍‌ | ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ

ଅର୍ଚ୍ଚନା ରାଉତ କଟକ ଜିଲ୍ଲାର ହଳଦୀବସନ୍ତ ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ | ହାଇସ୍କୁଲ୍‌ ଶିକ୍ଷା ପରେ ବୈଷୟିକ ଶିକ୍ଷାଲାଭ କରିବାର ଇଚ୍ଛା ନେଇ ସେ କଟକ ଆଇ.ଟି.ଆଇ ରୁ ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ ବିଭାଗରେ ବର୍ଷ ୨୦୦୭ରେ ନିଜ ତାଲିମ ଶେଷ କରି ଏବେ ସେ ଏନ୍‌.ଏଚ୍‌.ଏମ୍‌. ରେ କୋଲ୍ଡ ଚେନ୍‌ ଟେକ୍ନିସିଆନ୍‌ ଭାବେ କାର୍ଯ୍ୟରତ ଅଟନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଏନ୍‌.ଏଚ୍‌.ଏମ୍‌.,
ପଦବୀ:କୋଲ୍ଡ ଚେନ୍‌ ଟେକ୍ନିସିଆନ୍‌
ବର୍ଷ: ୨୦୦୭

ବିକାଶ କୁମାର ସେଠୀ
ବିକାଶ କୁମାର ସେଠୀ | ବିଦ୍ୟୁତ ଯନ୍ତ୍ରୀ

ଜଗତସିଂହପୁର ଜିଲ୍ଲାର ହାଜିପୁରଗ୍ରାମ ନିବାସୀ ବିକାଶ କୁମାର ସେଠୀଙ୍କ ବାପା ଜଣେ କ୍ଷୁଦ୍ରଚାଷୀ ଅଟନ୍ତି | ସେ ତାଙ୍କ ପିତା-ମାତାଙ୍କର ଏକମାତ୍ର ପୁତ୍ର ତଥା ତାଙ୍କର ଆଉ ଦୁଇଜଣ ଭଉଣୀ ଅଛନ୍ତି | ନିଜ ପରିବାରର ଆର୍ଥିକ ସଙ୍କତହେତୁ ସେ ଉଚ୍ଚ ଶିକ୍ଷାଲାଭ କରିପାରିଲେ ନାହିଁ | ସେ ବର୍ଷ ୨୦୧୧ ରେ ଆଇ.ଟି.ଆଇ. କଟକରେ ବିଦ୍ୟୁତ ଯନ୍ତ୍ରୀ ବିଭାଗରେ ଆଡ୍‌ମିଶନ ନେଲେ | ବର୍ଷ ୨୦୧୫ ରେ ସେ ଇଷ୍ଟ-କୋଷ୍ଟ୍‌ ରେଲ୍‌ୱେ ରେ ଇଞ୍ଜିନିୟରିଂ ବିଭାଗରେ TM ପଦବୀରେ ଯୋଗଦାନ କରିଲେ |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଇଷ୍ଟ-କୋଷ୍ଟ୍‌ ରେଲ୍‌ୱେ,
ପଦବୀ:ଇଞ୍ଜିନିୟରିଂ ବିଭାଗରେ TM
ବର୍ଷ: ୨୦୧୫

ଚନ୍ଦନ କୁମାର ତ୍ରିପାଠୀ
ଚନ୍ଦନ କୁମାର ତ୍ରିପାଠୀ | ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ

ଭଦ୍ରକ ଜିଲ୍ଲା ବେଲାରଶାଶନ ଗ୍ରାମର ଏକ ଗରିବ ପରିବାରରେ ଜନ୍ମିତ ଚନ୍ଦନ କୁମାର ତ୍ରିପାଠୀଙ୍କ ବାପା ନିକଟବର୍ତ୍ତୀ ଗାଁ ମାନଙ୍କରେ ପୂଜକ ଭାବେ କାମ କରି ନିଜ ପରିବାରର ଭରଣ-ପୋଷଣ କରୁଥିଲେ | ପରିବାରର ଏକ ମାତ୍ର ପୁତ୍ର ହୋଇଥିବାରୁ ଚନ୍ଦନ ନିଜ ପରିବାରର ଭାର ନିଜ କାନ୍ଧରେ ଉଠେଇବାକୁ ଯାଇ ଆଇ.ଟି.ଆଇ. କଟକରେ
“ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ” ବିଭାଗରେ ଆଡମିଶନ ହେଲେ ଏବଂ ବର୍ଷ ୨୦୦୦ ରେ ସେ ତାଙ୍କ ତାଲିମ ସଂପୂର୍ଣ୍ଣ କରି ଏବେ ସେ ଚାନ୍ଦିପୁରସ୍ଥିତ ଡି.ଆର୍‌.ଡି.ଓ. ଠାରେ ମାସିକ ଟ.୪୦,୦୦୦.୦୦ ଙ୍କା ବେତନରେ ଜଣେ Technician-C ଭାବେ କାର୍ଯ୍ୟରତ ଅଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ, ଚାନ୍ଦିପୁର
ପଦବୀ:Technician-C
ବର୍ଷ: 2000

ଚିନ୍ମୟ ରଂଜନ ମହାରଣା
ଚିନ୍ମୟ ରଂଜନ ମହାରଣା | ବିଦ୍ୟୁତ ଯନ୍ତ୍ରୀ

ଢେଙ୍କାନାଳ ଜିଲ୍ଲାର କବାଟବନ୍ଧା ଗ୍ରାମ ର ଏକ ମଧ୍ୟବିତ୍ତ ପରିବାରରେ ଚିନ୍ମୟ ଙ୍କ ଜନ୍ମ | ପିଲା ବେଳୁ ସେ ନିଜ ପିତାଙ୍କ ହରେଇ ସାରି ଥିଲେ | ପରିବାର ର କେବଳ ମାତ୍ର ପୁଅ ହୋଇଥିବା କାରଣରୁ ତାଙ୍କୁ ପରିବାରର ଭାର ନିଜ କାନ୍ଧ ରେ ଉଠେଇବାକୁ ପଡିଥିଲା | ହାଇସ୍କୁଲ୍‌ ପଢି ସାରି ସେ ଧନ୍ଦାମୂଳକ ପାଠ ପଢିଲେ | ବର୍ଷ ୨୦୦୮ ରେ ସେ ବିଦ୍ୟୁତ ଯନ୍ତ୍ରୀ ବିଭାଗରେ କଟକ ଆଇ.ଟି.ଆଇ. ରୁ ପାସ୍‌ କରି ଏବେ ଭାରତୀୟ ପାୱାର ଗ୍ରୀଡ୍‌ ନିଗମରେ ମାସିକ ଟ୫୦,୦୦୦ଙ୍କାରେ ଜଣେ Technician ଭାବେ କାର୍ଯ୍ୟରତ ଅଟନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଭାରତୀୟ ପାୱାର ଗ୍ରୀଡ୍‌ ନିଗମ,
ପଦବୀ:Technician
ବର୍ଷ: ୨୦୦୮

କବୀନ୍ଦ୍ର କୁମାର ବେହେରା
କବୀନ୍ଦ୍ର କୁମାର ବେହେରା | ଇଲେକ୍ଟ୍ରୋନିକ୍ସ

କଟକ ଜିଲ୍ଲାର ରମାଗମ ଗ୍ରାମନିବାସୀ କବୀନ୍ଦ୍ର ଏକ ଗରିବ ପରିବାରର ସଦସ୍ୟ ଥିଲେ | ନିଜ ପରିବାରର ଆର୍ଥିକ ବୋଝ ଉଠେଇବା ଲାଗି ସେ ଆଇ.ଟି.ଆଇ. କଟକରୁ ୨୦୦୩ ମସିହାରେ ଇଲେକ୍ଟ୍ରୋନିକ୍ସ ବିଭାଗରେ ତାଲିମ ସଂପୂର୍ଣ୍ଣ କରି ସେହି ବିଭାଗରେ ସେ ଡିପ୍ଲୋମା ମଧ୍ୟ ସଂପୂର୍ଣ୍ଣ କରିଲେ | ବର୍ତ୍ତମାନ ସେ ମାସିକ ଟ୨୮,୦୦୦ଙ୍କା ବେତନରେ ରାଉରେକେଲା ଇସ୍ପାତ କାରଖାନାରେ ଜଣେ Technician ଭାବେ କାର୍ଯ୍ୟରତ |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ରାଉରେକେଲା ଇସ୍ପାତ କାରଖାନା, ରାଉରେକେଲା
ପଦବୀ:Technician
ବର୍ଷ: ୨୦୦୩

କାର୍ତ୍ତିକ ଚନ୍ଦ୍ର ସିଂହ
କାର୍ତ୍ତିକ ଚନ୍ଦ୍ର ସିଂହ | ଇଲେକ୍ଟ୍ରୋନିକ ମେକାନିକ

ମହମ୍ମଦପୁର ଗ୍ରାମର ଏକ ଗରିବ ବୁଣାକାର ପରିବାରରେ ଜନ୍ମିତ କାର୍ତ୍ତିକ ଚଦ୍ର ସିଂହ କଠିନ ଆର୍ଥିକ ସଙ୍କଟ ସତ୍ତ୍ୱେ ନିଜର ବିଦ୍ୟାଳୟ ଅଧ୍ୟୟନ ପୂରଣ କରିଥିଲେ | ନିଜର ଦୁଇ ଭାଇଅ ତଥା ଚାରି ଭଉଣୀଙ୍କ ଭରଣପୋଷଣ କରିବା ପାଇଁ ସେ ଆଇ.ଟି.ଆଇ ରେ ଏଡମିଶନ ନେଲେ | ବର୍ଷ ୨୦୦୫ ରେ ସେ ଇଲେକ୍ଟ୍ରୋନିକ ମେକାନିକ ବିଭାଗରେ ଆମ ଅନୁଷ୍ଠାନରୁ ତାଲିମ ସମାପ୍ତ କରି ଏବେ ସେ “ଅପ୍ପୋ ମୋବାଇଲ” କମ୍ପାନୀରେ Service Manager ପଦବୀରେ ବାର୍ଷିକ ୫.୪ ଲକ୍ଷ ବେତନ ପାଉଥିବା ଜଣେ ସଫଳ ବ୍ୟକ୍ତିତ୍ୱ ହୋଇ ପାରିଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଅପ୍ପୋ ମୋବାଇଲ,
ପଦବୀ:Service Manager
ବର୍ଷ: ୨୦୦୫

ମନୋନୀତ ଦାସ
ମନୋନୀତ ଦାସ | ବିଦ୍ୟୁତ ଯନ୍ତ୍ରୀ

କଟକ ନୟାବଜାରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ମନୋନୀତ ଦାସ ଙ୍କ ଦକ୍ଷତା ବିକାଶ କରିବାର ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ଯୁକ୍ତ ଦୁଇ ପରେ ଆଇ.ଟି.ଆଇ. କରିବାର ପ୍ରେରଣା ଦେଲା | ଆମ ଅନୁଷ୍ଠାନରେ ସେ ବିଦ୍ୟୁତ ଯନ୍ତ୍ରୀ ବିଭାଗରେ ବର୍ଷ ୨୦୧୪ ରେ ତାଲିମ ପୂରଣ କରି ଯାଜପୁରସ୍ଥିତ ଟାଟା ଷ୍ଟିଲ୍‌ରେ ୨୦୧୫ ଯୋଗଦାନ କରିପାରିଲେ |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:ଟାଟା ଷ୍ଟିଲ୍‌, ଯାଜପୁର
ବର୍ଷ: ୨୦୧୪

ପ୍ରଭଂଜନ ପାତ୍ର
ପ୍ରଭଂଜନ ପାତ୍ର | ଫିଟର

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲର ମାଣପୁରଗ୍ରାମ ନିବାସୀ ଶ୍ରୀ ପ୍ରଭଂଜନ ପାତ୍ର ବର୍ଷ ୨୦୧୪-୨୦୧୬ ପର୍ଯ୍ୟନ୍ତ ଫିଟର୍‌ ବିଭାଗରେ ଆମ ଅନୁଷ୍ଠାନରେ ତାଲିମ ଲାଭ କରିଥିଲେ | ତାଙ୍କ ବାପା ଜଣେ ଚାଷୀ ଅଟନ୍ତି | ହାଇସ୍କୁଲ୍‌ ଶିକ୍ଷା ପରେ ଯୁକ୍ତ ଦୁଇ ବିଜ୍ଞାନ କରିଲା ପରେ ଆର୍ଥିକ ସଙ୍କଟରୁ ନିଜ ପରିବାରକୁ ବଞ୍ଚେବା ଉଦ୍ଦେଶ୍ୟରେ ସେ ଆଇ.ଟି.ଆଇ କଟକରେ ଫିଟର ବିଭାଗରେ ୨୦୧୬ ରେ ସଫଳତାର ସହ ନିଜ ତାଲିମ ପୂରଣ କରିଲେ | ୫୩ତମ ସର୍ବ ଭାରତୀୟ ଦକ୍ଷତା ପ୍ରତିଯୋଗିତାରେ ସେ “ପ୍ରଥମ” ହୋଇ DGE&T, ନୂଆ ଦିଲ୍ଲୀ ତଥା ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରଣାଳୟ ଦ୍ୱାରା “ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ” ସମ୍ମାନରେ ସମ୍ମାନିତ ହେବାର ଗୌରବ ଲାଭ କରିପାରିଛନ୍ତି |

ବର୍ଷ: ୨୦୧୬

ରବିନ୍ଦ୍ର ତରାଇ
ରବିନ୍ଦ୍ର ତରାଇ | ସିଭିଲ୍‌

ଏକ ଗରିବ ପରିବାରର ବଡ ପୁଅ ରବିନ୍ଦ୍ର ତରାଇ କଟକ ଜିଲ୍ଲା ଅନ୍ତର୍ଗତ ସିମିଳିହାଣ୍ଡ ଗ୍ରାମନିବାସୀ ଅଟନ୍ତି | ତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ ନିଜ ପରିବାରର ପ୍ରତିପୋଷଣ କରିଥାଆନ୍ତି | ଆର୍ଥିକ ଅନଗ୍ରସରତା ରବିନ୍ଦ୍ରଙ୍କ ଉଚ୍ଚଶିକ୍ଷାଲାଭ ନିମନ୍ତେ ଏକ ଅନ୍ତରାୟ ସୃଷ୍ଟି କରିଥିଲା | ଏକ ତତ୍‌କ୍ଷଣାତ୍‌ ଆର୍ଥିକ ସହାୟତା ଲାଭ କରିବା ସକାଶେ ସେ ଆଇ.ଟି.ଆଇ କଟକରେ ସିଭିଲ୍‌ ବିଭାଗରେ ବର୍ଷ ୨୦୦୪ ରେ ତାଲିମ ଆରମ୍ଭ କରିଲା ପରେ ସିଭିଲ୍‌ ରେ ସେ ଡିପ୍ଲୋମା କରିଲେ | ଏବେ ସେ ଏକ କନସଲଟାନ୍ସୀ ସଂସ୍ଥାନରେ ବରିଷ୍ଠ ଯନ୍ତ୍ରୀ ରୂପେ କାର୍ଯ୍ୟରତ ଅଟନ୍ତି |

ପଦବୀ:ବରିଷ୍ଠ ଯନ୍ତ୍ରୀ
ବର୍ଷ: ୨୦୦୬

ସନ୍ତୋଷ କୁମାର ଦୋରା
ସନ୍ତୋଷ କୁମାର ଦୋରା | ସିଭିଲ୍‌

ଏକ ଗରିବ ପରିବାରରେ ଜନ୍ମିତ ଶ୍ରୀ ସନ୍ତୋଷ କୁମାର ଦୋରା ଙ୍କ ବାପା ବୃତ୍ତିରେ ଜଣେ ଚାଷୀ ଅଟନ୍ତି ତଥା ନିଜ ଗାଆଁରେ ତାଙ୍କର ଏକ କ୍ଷୁଦ୍ର ଦୋକାନ ରହିଛି | ନିଜ ପରିବାରକୁ ଆର୍ଥିକରୂପେ ସହାୟତା ଯୋଗାଇବା ଲାଗି ସନ୍ତୋଷ କଟକ ଆଇ.ଟି.ଆଇ ରେ ୨୦୦୪ ରେ ସିଭିଲ୍‌ ବିଭାଗରେ ତାଲିମ ନିଅନ୍ତି | ଏହା ପରେ ସେ ସିଭିଲ୍‌ରେ ଡିପ୍ଲୋମା କରନ୍ତି | ତାଙ୍କର ଅଦମ୍ୟ ପରିଶ୍ରମ ଯୋଗୁଁ ସେ ସଫଳତାପୂର୍ବକ TRACKS & TOWER INFRATECH PVT LTD କମ୍ପାନୀରେ ମାସିକ ଟ୪୦,୦୦୦ଙ୍କା ବେତନରେ ବରିଷ୍ଠ ଯନ୍ତ୍ରୀରୂପେ ଯୋଗଦାନ କରିପାରିଛନ୍ତି |

ନିଯୁକ୍ତିଦାତା ଙ୍କ ନାମ ଓ ଠିକଣା:TRACKS & TOWER INFRATECH PVT LTD.,
ପଦବୀ: ବରିଷ୍ଠ ଯନ୍ତ୍ରୀ
ବର୍ଷ: ୨୦୦୬

ଅନୁଷ୍ଠାନ ସମ୍ବନ୍ଧରେ ପଦେ

ବିଶ୍ୱବ୍ୟାପୀକରଣ ତଥା ଭାରତୀୟ ଅର୍ଥନୀତିର ବାହ୍ୟଜଗତରେ ଅବସ୍ଥାନ ପରେ ସୁସ୍ଥ ଔଦ୍ୟୋଗୀକ ବିକାଶ ପାଇଁ ବିଶ୍ୱ ବଜାର ସହ ପ୍ରତିଯୋଗିତା କରିବା ଲାଗି କୁଶଳୀ ମାନବଶକ୍ତି ପ୍ରସ୍ତୁତ କରିବା ଏକ ରକମ ଅବଶ୍ୟାମ୍ଭାବୀ ହୋଇପଡିଛି | ଏହାକୁ ଆଖିରେ ରଖି ଆଇ.ଟି.ଆଇ କଟକ ଆମ ଦେଶର କୁଶଳୀ ମାନବସମ୍ବଳର ସେତୁକୁ ବିସ୍ତାର କରିବା ପାଇଁ ଆଗେଇ ଚାଲିଛି | ବିଦେଶକୁ ନିଜର କୁଶଳୀ ମାନବଶକ୍ତିକୁ ପ୍ରେରଣ କରି ବିଶ୍ୱ ଦରବାରରେ କୁଶଳୀ ମାନବସମ୍ବଳ ଯୋଗାଣ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ | ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତାହାର ଅଭିଜ୍ଞ ପ୍ରଶିକ୍ଷକ, ଅଧ୍ୟକ୍ଷକଙ୍କ ପ୍ରଦର୍ଶନ ତଥା ଡି.ଟି.ଈ.ଟି. ର ନିର୍ଦ୍ଦେଶକଙ୍କ ସମୟାନୁବର୍ତ୍ତୀ ନିର୍ଦ୍ଦେଶନ ଦ୍ୱାରା ପ୍ରଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିଆସୁଛି |

ଏହି ଅନୁଷ୍ଠାନରେ ଉଚ୍ଚ କ୍ଷମତାସଂପନ୍ନ ଯନ୍ତ୍ରାଂଶ ରେ ସୁବ୍ୟବସ୍ଥିତ ବିଶାଳ କର୍ମଶାଳା ରହିଛି | ନିଜ ପ୍ରଶିକ୍ଷାର୍ଥୀଙ୍କ କୁଶଳତାକୁ ବଢେଇବା ସକାଶେ ଏହି ଅନୁଷ୍ଠାନଟି Toyota Kirloskar Ltd., TATA MOTORS ଏବଂ Maruti Suzuki ସହିତ ଅନୁବନ୍ଧିତ ହୋଇଛି | ସ୍ୱୟଂଚାଳିତ ରଙ୍ଗ କର୍ମଶାଳାରେ Toyota Kirloskar ଏକ ଅତ୍ୟାଧୁନିକ ରଙ୍ଗ କରିବା ଯନ୍ତ୍ର ପ୍ରତିଷ୍ଠା କରିଛି | ଏହି ପରିଯୋଜନା ଅଧୀନରେ ଦୁଇଟି ଟ୍ରେଡ୍‌ Automotive Body Repair ଏବଂ Automotive Paint Repair ପାଠ୍ୟକ୍ରମ୍କୁ ଆରମ୍ଭ କରାଯାଇଅଛି | TATA MOTORS Ltd. ପ୍ରଶିକ୍ଷାର୍ଥୀଙ୍କ କୌଶଳ ବିକାଶ ସକାଶେ ବିଭିନ୍ନ ଯନ୍ତ୍ରାଂଶ ପ୍ରଦାନ କରିଛି | ଏହାର ଇଞ୍ଜିନିୟର ମାନେ ପ୍ରଶିକ୍ଷାର୍ଥୀଙ୍କୁ ବ୍ୟାବହାରିକ ତାଲିମ ପ୍ରଦାନ କରୁଛନ୍ତି |

ପ୍ରଶିକ୍ଷାର୍ଥୀଙ୍କୁ କମ୍ପ୍ୟୁଟର୍‌ରେ ତାଲିମ ଦେବାଲାଗି ୪୦ଟି କମ୍ପ୍ୟୁଟର ତଥା ୮ ଏମ୍‌.ବି.ପି.ଏସ୍‌. ଉଚ୍ଚ ଗତି ସମ୍ପନ୍ନ ଇଣ୍ଟର୍‌ନେଟ୍‌ ବିଶିଷ୍ଟ ଏକ ଆଇ.ଟି. ଲ୍ୟାବ୍‌ ରହିଛି ତଥା ଔଦ୍ୟୋଗିକ ଆବଶ୍ୟକତାକୁ ପୂରଣ କରିବା ସକାଶେ ଏକ CAD/CAM ଲ୍ୟାବ୍‌ ମଧ୍ୟ ପ୍ରତିଷ୍ଠା କରାଯାଇଛି |

ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଯୋଗାଯୋଗ କୌଶଳର ବିକାଶ କରିବା ପାଇଁ ଆମ ଅନୁଷ୍ଠାନରେ ଏକ ବିରଳ, ଅତ୍ୟାଧୁନିକ ତଥା ସୁସଂଗଠିତ ଯୋଗାଯୋଗ ଓ ବ୍ୟକ୍ତିତ୍ୱ ବିକାଶ ପରୀକ୍ଷାଗାର ରହିଛି |

ପାରମ୍ପରିକ ଶିକ୍ଷାଦାନ ପଦ୍ଧତିଠାରୁ ଉର୍ଦ୍ଧ୍ୱକୁ ଯାଇ ଏହି ଅନୁଷ୍ଠାନରେ ଏକ ସ୍ମାର୍ଟ କ୍ଲାସ୍‌ ରୁମ୍‌ ରହିଛି ଯାହାର ଇଣ୍ଟରାକ୍ଟିଭ୍‌ ସ୍ମାର୍ଟ୍‌-ବୋର୍ଡ୍‌ ସାହାଯ୍ୟରେ ଦୃଶ୍ୟମାନ ଶିକ୍ଷା ପଦ୍ଧତି ସମ୍ଭବପର ହୋଇପାରିଛି |

ଏହି ଅନୁଷ୍ଠାନରେ ବିଭିନ୍ନ ବିଭାଗର ଆବଶ୍ୟକୀୟ ପରିମାଣର Text Books, Nimi books ଏବଂ Reference books ଥିବା ଏକ ଇ-ଗ୍ରନ୍ଥାଗାର ରହିଛି, ଯେଉଁଥିରେ ଉନ୍ନତ ଶିକ୍ଷାଲାଭ କରିବା ଲାଗି କମ୍ପ୍ୟୁଟର ତଥା ଇଣ୍ଟରନେଟ୍‌ର ସୁବିଧା ମଧ୍ୟ ରହିଛି |
ପୂର୍ଣ୍ଣକାଳୀନ ଚିକିତ୍ସକ ଥିବା ଏଥିରେ ଏକ ଚିକିତ୍ସାଳୟ ମଧ୍ୟ ରହିଛି | ଛାତ୍ର-ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଛାତ୍ରାବାସ ଓ ଛାତ୍ରୀନିବାସ ମଧ୍ୟ ରହିଛି |

ଭିନ୍ନ ଭିନ୍ନ ବିଭାଗ ଲାଗି ବିଭିନ୍ନ ଉଦ୍ୟୋଗ ଗୁଡିକୁ ଏହି ଅନୁଷ୍ଠାନ ତରଫରୁ ପ୍ରଶିକ୍ଷାର୍ଥୀଙ୍କୁ ସମୟ ସମୟରେ ଅଧ୍ୟୟନଭିତ୍ତିକ ଭ୍ରମଣ କାର୍ଯ୍ୟକ୍ରମ ଉପଲବ୍ଧ କରାଯାଇଥାଏ | ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସାଂସ୍କୃତିକ ତଥା କୌଶଳ ଭିତ୍ତିକ କାର୍ଯ୍ୟାବଳୀକୁ ପ୍ରୋତ୍ସାହନ ଯୋଗାଇବାପୂର୍ବକ ବାର୍ଷିକ କ୍ରୀଡା, ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରକାରର ଆନ୍ତଃ-କୌଶଳ ପ୍ରତିଯୋଗିତାମାନ ଏଠାରେ ଅନୁଷ୍ଠିତ ହୋଇଥାଏ |

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ଥିବା ପ୍ଲେସ୍‌ମେଣ୍ଟ୍‌ ସେଲ୍‌ ଯାହାକି ବିଗତ ୩ ବର୍ଷରେ ୭୫% ପ୍ଲେସ୍‌ମେଣ୍ଟ ଉପଲବ୍ଧ କରି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି|

ବର୍ଷ ୨୦୧୭ ରେ ସର୍ବଭାରତୀୟ କୌଶଳ ପ୍ରତିଯୋଗିତାରେ Fitter ବିଭାଗରେ ଶ୍ରୀ ପ୍ରଭଞ୍ଜନ ପାତ୍ରଙ୍କୁ ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ ତଥା ଆମ ଅନୁଷ୍ଠାନକୁ ସର୍ବୋତ୍ତମ ଅନୁଷ୍ଠାନର ପୁରସ୍କାର ମିଳିଛି | ଏହି ଅନୁଷ୍ଠାନକୁ ବର୍ଷ ୧୯୯୪ ରେ ସର୍ବଭାରତୀୟ କୌଶଳ ପ୍ରତିଯୋଗିତାରେ Fitter ବିଭାଗରେ, ବର୍ଷ ୨୦୦୩ ତଥା ୨୦୦୪ରେ Moulder…

ସମ୍ପୂର୍ଣ୍ଣ ତଥ୍ୟ

ଆମର ଅଭିଯାନ

“କୁଶଳୀ ବ୍ୟକ୍ତିତ୍ୱଙ୍କ ଦାରା ସମାଜର ରୂପାନ୍ତର କରିବା” ଜାତି, ଦେଶ, ଧର୍ମ, ସମ୍ପ୍ରଦାୟର ବନ୍ଧନ କୁ ପାରି କରି ଧନ୍ଦାମୂଳକ ଶିକ୍ଷାର ଏକ ଆଧୁନିକ କେନ୍ଦ୍ର ପ୍ରତିଷ୍ଠା କରିବା ଯେଉଁଠି ଜ୍ଞାନ ଏବଂ ଉତ୍କର୍ଷତାର ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇପାରିବ | ଭୁବନେଶ୍ୱର ଆଇ.ଟି.ଆଇ. ଆଧୁନିକ ତଥା ବିଶ୍ୱସ୍ତରୀୟ ବୈଷୟିକ/ ଔଦ୍ୟୋଗିକ ଶିକ୍ଷାପ୍ରଦାନ କରୁଥିବା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଏକ ଉପଲବ୍ଧି , ଯେଉଁଥିରେ ଆମ...

ସମ୍ପୂର୍ଣ୍ଣ ତଥ୍ୟ

ଆମର ଲକ୍ଷ୍ୟ

ଆମର ଶାରିରୀକ ତଥା ବୌଦ୍ଧିକ ଭିତ୍ତିଭୂମୀକୁ ସମଗ୍ର ଦେଶରେ ସର୍ବୋତ୍ତମ କରିବା | ଅତି କମରେ ଆମର ଏକ ତୃତୀୟାଂଶ ଗ୍ରାଜୁଏଟ୍‌ ମହିଳା ହୁଅନ୍ତୁ | ଜଣେ ମହାନ ଉଦ୍ୟୋଗୀ ତଥା ବିଶ୍ୱସ୍ତରୀୟ ଆଇ.ଟି.ଆଇ ଗ୍ରାଜୁଏଟ୍‌ଟିଏ ହେବା ପାଇଁ ଆମେ ସବୁପ୍ରକାରର ପରିବେଶ ଯୋଗେଇଦେବୁ | ଏକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସହଭାଗିତା ପ୍ରତିଷ୍ଠା କରିବା | ସ୍ଥାୟିତ୍ୱ କୁ ବଜାୟ ରଖିବା ଲାଗି ଆମର ଛାତ୍ର-ଛାତ୍ରୀ ତଥା ପ୍ରଶିକ୍ଷକଙ୍କୁ ପାରଙ୍ଗମ...

ସମ୍ପୂର୍ଣ୍ଣ ତଥ୍ୟ

ସୂଚନା ଫଳକ

କ୍ୟାମ୍ପସ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆପ୍‌ରେଣ୍ଟାଇସିପ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଟେଣ୍ଡର୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆଡ୍‌ମିଶନ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
Type in
Settings
Help
Indian language typing help
View Detailed Help